ଆୟୁଷ୍ମାନ ଯୋଜନାରେ କେଉଁ ଲୋକ ପାଇବେ ସୁବିଧା, ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧୫/୦୪: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୁଭାରମ୍ଭ କରିବା ପରେ ଓଡ଼ିଶାରେ ଆରମ୍ଭ ହେଇଛି ଆୟୁଷ୍ମାନ ଯୋଜନା । ତେବେ ଏହି ଯୋଜନା ଓଡ଼ିଶାରେ ଆରମ୍ଭ ହେବା ପରେ, ଏହାକୁ ନେଇ କିଛି ଦ୍ୱନ୍ଦ୍ୱ ମଧ୍ୟ ଦେଖାଦେଇଛି । କେଉଁ କେଉଁ ଲୋକ ଏହି ଯୋଜନାର ସୁବିଧା ପାଇବେ? କେମିତି ଲୋକମାନେ କାର୍ଡ ପାଇବେ? ଆଉ ଏହାରି ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଦେଇଛନ୍ତି ବଡ଼ ସୂଚନା । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଆୟୁଷ୍ମାନ ଯୋଜନାର ଲାଭ ପାଇବେ । ଏହାସହ ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏବେ ବି ଲାଭ ପାଉଛନ୍ତି, ସେମାନେ ଆୟୁଷ୍ମାନ ଯୋଜନାର ଲାଭ ଉଠାଇପାରିବେ । ତେବେ ରାସନ୍ ନଥିବା ୨ ଲକ୍ଷ ପରିବାର ବି ଆୟୁଷ୍ମାନ ଯୋଜନାର ସୁବିଧା ପାଇବେ ବୋଲି ବଡ଼ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ମିଳିଥିବା ସୂଚନା ମୁତାବକ, ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଇନକମ୍‌ ଟାକ୍ସ ଦେଉଥିଲେ ବି, ଏହି ଯୋଜନାର ସୁବିଧା ପାଇପାରିବେ । ଏହାସହ ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ଚିକିତ୍ସା ସୁବିଧା ମିଳିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Leave a Reply

Your email address will not be published. Required fields are marked *