ଆସାମରେ ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବ, ଗଲାଣି ୬୨ ଜୀବନ

ନୂଆଦିଲ୍ଲୀ,୬/୦୭: ଆସାମର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା, ତୋଫାନ, ଓ ଭୁସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ନେଲାଣି ଅନେକ ଜୀବନ । ପ୍ରାୟ ୬୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଲୋକଙ୍କର ସନ୍ଧାନ ମିଳୁ ନାହିଁ । ଆକଳନ ଅନୁଯାୟୀ କେବଳ ବନ୍ୟାରେ ହିଁ ୫୨ ଲୋକଙ୍କର ଜୀବନ ଯାଇଥିବା ବେଳେ ଭୁସ୍ଖଳନରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଆସାମର ୬.୪୮ ଲକ୍ଷ ଲୋକ ବସବାସ କରୁଥିବା ଧୁବରୀ ଜିଲ୍ଲା ହେଉଛି ସବୁଠାରୁ ଅଧିକ ବନ୍ୟା ପ୍ରଭାବିତ ।ପୂର୍ବାତ୍ତର ରାଜ୍ୟ ଗୁଡିକରେ ଥିବା ପ୍ରମୁଖ ନଦୀ ମାନଙ୍କରେ ଜଳସ୍ତର ବିପଦ ସଂକେତ ଉପରେ ରହୁଥିବାରୁ ସବୁ ସମୟରେ ବନ୍ୟାର ଭୟ ଲାଗି ରହିଛି । ରାଜ୍ୟର ୨୯ ଜିଲ୍ଲାର ପ୍ରାୟ ୨୨ ଲକ୍ଷ ଲୋକ ବନ୍ୟାର ପ୍ରକୋପରେ ପିଡିତ । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରଭାବିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି ।ବନ୍ୟା ପ୍ରଭାବିତ ଲୋକମାନେ କୌଣସି ଯୋଜନା ଅନ୍ତର୍ଗତ ନଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ସମସ୍ତ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।