ଦିଲ୍ଲୀ ବିଧାନସଭା ନିର୍ବାଚନ, ଆପ ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୧/୧୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ତାଲିକାରେ ୧୧ ଜଣଙ୍କ ନାମ ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ନେତା ବିଜେପି କିମ୍ବା କଂଗ୍ରେସ ଛାଡ଼ି ଆପ୍’ରେ ଯୋଗ ଦେଇଛନ୍ତି। ଦିଲ୍ଲୀ ବିଧାନସଭାର ଚଳିତ କାର୍ୟ୍ୟକାଳ ୨୦୨୫ ଫେବ୍ରୁଆରି ୨୩ରେ ଶେଷ ହେଉଛି। ଚଳିତ ଗୃହର ପାଞ୍ଚ ବର୍ଷ କାର୍ୟ୍ୟକାଳ ଶେଷ ହେବା ତାରିଖ ପୂର୍ବରୁ ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟା ଶେଷ କରିବେ।

ସୂଚନାଯୋଗ୍ୟ ଯେ ଶେଷ ଥର ପାଇଁ ୨୦୨୦ ଫେବ୍ରୁଆରିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଆମ୍ ଆଦମୀ ପାର୍ଟି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା ଏବଂ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇଥିଲା। ଭାରତୀୟ ଜନତା ପାର୍ଟି ମାତ୍ର ୮ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ କୌଣସି ଆସନ ପାଇନଥିଲା।