ଭୁଶୁଡ଼ିଲା ବ୍ରିଜ୍, ଇଚ୍ଛାପୁର ଓ ପାତ୍ରପୁରକୁ ଯୋଗାଯୋଗ ବିଚ୍ଛିନ୍ନ

ନୂଆଦିଲ୍ଲୀ,୩/୫: ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳ ଲୁଦୂପୁଟି ପଞ୍ଚାୟତର ୧୯୨୬ ମସିହାର ବ୍ରିଜ୍ ଭୁଶୁଡ଼ି ପଡ଼ିଛି । ଏହି ବ୍ରିଜ୍ ଦ୍ୱାରା ଗଞ୍ଜାମ ଜିଲ୍ଲାର ପାତ୍ରପୁର ଓ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ହେଉଥିଲା । ଆନ୍ଧ୍ର ଜିଲ୍ଲା ପ୍ରଶାସନ ଏହି ବ୍ରିଜରେ ଭାରିଯାନ ଚଳାଚଳକୁ ବାରଣ କରିଥିଲେ । ଆଜି ସକାଳେ ଏକ ପଥର ବୋଝେଇ ଟ୍ରକ୍ ଯାଉଥିବା ବେଳେ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ଇଚ୍ଛାପୁର ଓ ପାତ୍ରପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।