ଭୋଟର ପଞ୍ଜୀକରଣ ପାଇଁ ଏଣିକି ଦରକାର ହେବ ଆଧାର ନମ୍ବର

ଭୁବନେଶ୍ୱର, ୨୦/୧୨: ଲୋକସଭାରେ ଆଜି  ନିର୍ବାଚନ ଆଇନ ସଂଶୋଧନ ବିଲ୍‌-୨୦୨୧ ପାସ୍‌ ହୋଇଛି। ଏହି ବିଲ୍‌ ଅନୁସାରେ ଭୋଟର ପଞ୍ଜୀକରଣ ପାଇଁ ଏଣିକି ଦରକାର ହେବ ଆଧାର ନମ୍ବର। ଭୋଟରଙ୍କ ପରିଚୟ ପ୍ରମାଣ ଭାବେ ଆଧାରକୁ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ବିଲ୍‌ ପାସ୍‌ ପରେ କାଲି ଯାଏ ଲୋକସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି। ଭୋଟର ପଞ୍ଜୀକରଣ ପାଇଁ ଆଉ ଜାନୁଆରି ୧ ଯାଏ ଅପେକ୍ଷା କରିବାକୁ ପଡିବନି। ଏଣିକି ବର୍ଷକୁ ୪ଟି ତାରିଖରେ ଭୋଟର ପଞ୍ଜୀକରଣ ହୋଇପାରିିିବ ବୋଲି  ସୂଚନା ମିଳିଛି।