ଭୁବନେଶ୍ୱର, ୧୧/୧୨: ଡିସେମ୍ବର ୧୪ରେ ଶେଷ ହେବ ମାଗଣାରେ ଆଧାର ଅପଡେଟ୍ ଅବଧି । ୧୦ ବର୍ଷରୁ ଅଧିକ ପୁରୁଣା କାର୍ଡର ଅପଡେଟ୍ କରିବା ଗୁରୁତ୍ୱପୂର୍ଣ୍ଣ । ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବିନା ମୂଲ୍ୟରେ ୧୪ ଡିସେମ୍ବର ୨୦୨୪ ପର୍ୟ୍ୟନ୍ତ ଆଧାର ଅପଡେଟ୍ ପାଇଁ କଟ୍ ଅଫ୍ ତାରିଖ ବଢ଼ାଇ ଥିଲେ। ବର୍ତ୍ତମାନ ଏହି ସମୟସୀମାକୁ ଆହୁରି ବଢ଼ାଇବାର ଆଶା କମ୍ ଅଛି । ତେଣୁ, ଆଧାର ବିବରଣୀକୁ ମାଗଣାରେ ଅପଡେଟ୍ କରିବା ପାଇଁ ଶୀଘ୍ର, ୟୁଆଇଡିଏଆଇ ୱେବସାଇଟ୍କୁ ଯାଇ କରାଇନେବା ଆବଶ୍ୟକ। ୟୁଆଇଡିଏଆଇ ଧାର୍ୟ୍ୟ ସମୟ ମଧ୍ୟରେ ଆଧାର କାର୍ଡର ସବିଶେଷ ତଥ୍ୟ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି ।