ଓମିକ୍ରନ ମୁକାବିଲା ନେଇ ୫ଟି ବିଷୟକୁ ଦିଆଯିବ ଗୁରୁତ୍ୱ

ଭୁବନେଶ୍ୱର, ୨୨/୧୨: ରାଜ୍ୟରେ ଏବେ କରୋନା ସଂକ୍ରମିତ ଙ୍କ ସଂଖ୍ୟା କମିଥିଲେ ମଧ୍ୟ ଓମିକ୍ରନର ଭୟ ସମସ୍ତଙ୍କୁ ଘାରିଛି।ଓମିକ୍ରନ ମୁକାବିଲା ପାଇଁ ୫ଟି ବିଷୟ ଉପରେ ଗୁରୁତ୍ୱ ଦିଆଯିବ।ଆଜି ଏନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକ ଶେଷ ହେବା ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସର୍ଭେଲାନ୍ସକୁ ଜୋରଦାର ଓ ଟିକାକରଣକୁ ବ୍ୟାପକ କରାଯିବା ସହ ଜିନମ ସିକୁଏନ୍ସିଂ ସଂଖ୍ୟା ବୃଦ୍ଧି କରାଯିବ। ସେହିପରି ନୂଆ ବର୍ଷ ଆସୁଥିବାରୁ ଭିଡ଼ ନିୟନ୍ତ୍ରଣ କରାଯିବା ସହ ସ୍କୁଲ/କଲେଜରେ ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନ ବ୍ୟବସ୍ଥା, ଆବଶ୍ୟକ ହେଲେ ଗାଇଡଲାଇନ ଆସିବ ବୋଲି କହିଛନ୍ତି।