ଓମିକ୍ରନର ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨/୧୨: ଏବେ ସାରା ବିଶ୍ବରେ ବଢିଚାଲିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଓମିକ୍ରନର ସଂକ୍ରମଣ ବଢୁଥିବାରୁ ସତର୍କ ରହିବାକୁ କହିବା ସହ ସଚେତନ କରେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାସନକାର୍ଡଧାରୀ ଓ BSKY ହିତାଧିକାରୀଙ୍କୁ ଜୀବିକା ସହାୟତା ପ୍ରଦାନ ଅବସରରେ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ସମସ୍ତେ କୋଭିଡ୍‌ ନିୟମ ପାଳନ କରନ୍ତୁ। ସମସ୍ତଙ୍କ ସହଯୋଗରେ ଆମେ ସବୁ ପରିସ୍ଥିତିର ମୁକାବିଲା କରିପାରିବା ବୋଲି ସେ କହିଛନ୍ତି। ଅନ୍ୟପଟେ ଗତକାଲି ରାଜ୍ୟରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସମସ୍ତ କୋଭିଡ ନିୟମ ପାଳନ କରିବାକୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ।