ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ୧୭ ସହର

ଭୁବନେଶ୍ୱର, ୨୨/୧୨: ରାଜ୍ୟରେ ଏବେ ଶୀତ ଲହରୀ ଜାରି ରହିଛି। ଆଗକୁ ମଧ୍ୟ ଅଧିକ ଥଣ୍ଡା କିଛି ଦିନ ରହିବ। ଏହାରି ମଧ୍ୟରେ ୧୦ ଡିଗ୍ରୀ ତଳେ ରାଜ୍ୟର ୧୭ ସହର ରହିଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୬ ଡିଗ୍ରୀ, ସୁବର୍ଣ୍ଣପୁର ଓ କେନ୍ଦୁଝରରେ ୬.୪ ଡିଗ୍ରୀ, ଟିଟିଲାଗଡ଼ ୬.୫, ଭବାନୀପାଟଣା ୬.୮, ଅନୁଗୁଳ ଓ ବୌଦ୍ଧରେ ୮, ସୁନ୍ଦରଗଡ଼ ୮.୪ ବଲାଙ୍ଗିର ୮.୫, ସମ୍ବଲପୁର ୮.୬, କୋରାପୁଟ ୭, ତାଳଚେର ଓ ନୟାଗଡ଼ରେ ୯ ଡିଗ୍ରୀ, ଚାନ୍ଦବାଲିରେ ୯.୭ ଡିଗ୍ରୀ ରାତି ତାପମାତ୍ରା ରହିଛି। ସେହିପରି ଭୁବନେଶ୍ବର ୧୦.୧ ଓ କଟକ ୧୦.୬ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି।