ପ୍ରବଳ ଥଣ୍ଡା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୧/୧୨: ରାଜ୍ୟରେ ଏବେ ପ୍ରବଳ ଶୀତ ଜାରି ରହିଛି। ଏହାରିମଧ୍ୟରେ ରାଜ୍ୟରେ ଶୀତ ଲହରି ବଢ଼ିବା ନେଇ ସତର୍କ କରିିିଛି ପାଣିପାଗ ବିଭାଗ। ତେଣୁ ଆଗାମୀ ୨୪ ଘଣ୍ଟାରେ ପ୍ରବଳ ଥଣ୍ଡା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି। ଆଉ ବାକି ଅନ୍ୟ ୧୯ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ସୂଚନା ମିଳିଛି।