ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ, ଫୋନରେ କଥା ହୋଇ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦/୧୨: କଟକ ସାଂସଦ ଭର୍ତ୍ତୃହରି ମହତାବ ଅସୁସ୍ଥ ହୋଇଛନ୍ତି। ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ  ଭର୍ତ୍ତୃହରିଙ୍କ ପୁଅ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହାସହ ଭର୍ତ୍ତୃହରିଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।