୧୦ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ୱର, ୨୦/୧୨:  ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ, ନାଳଗୁଡ଼ିକରେ କୁମ୍ଭୀର ଗଣନା କରାଯିବ । ଏନେଇ ୧୦ଦିନ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଜାନୁଆରି ୨ ତାରିଖରୁ ୧୧ ତାରିଖ ଯାଏ ୧୦ ଦିନ ଧରି ବନ୍ଦ ରହିବ। ଜାନୁଆରି ୧୨ରେ ପୁଣିଥରେ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ସୂଚନାଯୋଗ୍ୟ ଯେ ଭିତରକନିକାରେ ଜାନୁଆରି ୨୦୨୧ରେ ହୋଇଥିବା ଗଣନା ଅନୁସାରେ ୧୭୬୮ ବଉଳା କୁମ୍ଭୀର ଅଛନ୍ତି ।