ମହାରାଷ୍ଟ୍ରରେ ଆଉ ୬ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୯/୧୨: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଛି। କିନ୍ତୁ ଏବେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଏହାରିମଧ୍ୟରେ ଆଜି ପୁଣି ମହାରାଷ୍ଟ୍ରରେ ଆଉ ୬ ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ୍‌ ସଂଖ୍ୟା ୫୪କୁ ବୃଦ୍ଧି ପାଇଥିବା ବେଳେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ଟପିଛି।