ମାଡି ଚାଲିଛି ଓମିକ୍ରନ, ବଡ଼ ଜନ ସମାବେଶକୁ ବାରଣ କରିବାକୁ କହିଲା WHO

ଭୁବନେଶ୍ୱର, ୧୯/୧୨: ଏବେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି। କିନ୍ତୁ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ କରାଇଛି। ଦେଢ ଦିନରୁ ୩ ଦିନ ମଧ୍ୟରେ ଓମିକ୍ରନ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଉଥିବା ବେଳେ ଡେଲ୍ଟା ଠାରୁ ବହୁ ଅଧିକ ସଂକ୍ରମିତ।

ଅନ୍ୟପଟେ ଭାରତରେ ଫେବୃଆରୀ ସୁଦ୍ଧା କରୋନାର ତୃତୀୟ ଲହର ଆସିପାରେ ବୋଲି କହିଛି ଡବ୍ଲ୍ୟୁଏଚଓ । ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା, ସାନିଟାଜେସନ୍ ସହିତ ବଡ ଜନ ସମାବେଶକୁ ବାରଣ କରିବାକୁ ପରାମର୍ଶ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।