ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା

ଭୁବନେଶ୍ୱର, ୧୯/୧୨: ରାଜ୍ୟରେ ଏବେ ସମସ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାରିମଧ୍ୟରେ ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା। ଏହାକୁ ଭୁବନେଶ୍ବର ବିମାନବନ୍ଦରରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସେବା ଦ୍ୱାରା ଗୁରୁତର ରୋଗୀଙ୍କ ଏୟାରଲିଫ୍‌ଟିଂ ପାଇଁ ବ୍ୟବସ୍ଥା ହେବ। ଗୁରୁତର ରୋଗୀଙ୍କ ନିକଟରେ ହେଲିକପ୍ଟରରେ ପହଞ୍ଚିବେ ଡାକ୍ତରୀ ଦଳ। ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ହୋଇଛି। ସେହି  ୪ ଜିଲ୍ଲା ହେଉଛି କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା।