କେନ୍ଦ୍ରାପଡ଼ାରେ ମେଗା ଇସ୍ପାତ କାରଖାନା ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର, ୧୭/୧୨: କେନ୍ଦ୍ରାପଡାରେ ମହାକାଳପଡ଼ାରେ ପ୍ରତିଷ୍ଠା ହେବ ମେଗା ଇସ୍ପାତ କାରଖାନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ବୈଠକରେ ମହାକାଳପଡ଼ାଠାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଦ୍ୱାରା ପ୍ରସ୍ତାବିତ ସମନ୍ବିତ ଷ୍ଟିଲ ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ପାଇଁ ମୋଟ ୧,୦୨,୨୭୫ କୋଟିର ଟଙ୍କା ପୁଞ୍ଜି ନିବେଶ କରାଯିବ। ଏହି ବୃହତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ ।