୬,୧୩୧ ଜଣ ଚୁକ୍ତିଭିତ୍ତିକ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬/୧୨: ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ଶିକ୍ଷକଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ୬,୧୩୧ ଜଣ ଚୁକ୍ତିଭିତ୍ତିକ ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ନବୀନ ପଟ୍ଟନାୟକ। ଏହି ସମାରୋହରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶିକ୍ଷା ଭଳି ଏକ ମହାନ ବୃତ୍ତିକୁ ଗ୍ରହଣ କରିଥିବାରୁ ଶିକ୍ଷକମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।  ଛାତ୍ରଛାତ୍ରୀ ଙ୍କ ପ୍ରତିଭାକୁ ଦେଶ-ବିଦେଶରେ ପହଞ୍ଚାଇବାକୁ ସରକାର ଏଥିପାଇଁ 5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆ ଯାଉଛି ।