ସଞ୍ଜୟ ଦାସବର୍ମାଙ୍କ PA ହତ୍ୟା ମାମଲାରେ ୨ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚର ଜେରା

ଭୁବନେଶ୍ୱର, ୧୬/୧୨: ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନ ପଲାଇ ହତ୍ୟା ମାମଲାରେ ଆଜି ୨ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା କରିଛି। କାହାରିକୁ ଅଟକ ରଖାଯାଇନାହିଁ ଓ ଆଉ କିଛି ଲୋକଙ୍କୁ ଜେରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି। କଲ୍‌ ରେକର୍ଡ ଓ ଭିଡିଓଗ୍ରାଫିକୁ ଆଧାର କରି ତଦନ୍ତ ଜାରି ରହିଛି। ଏନେଇ କ୍ରାଇମ ବ୍ରାଞ୍ଚ ଡିଏସପି ଶିଶିର ମିଶ୍ର ସୂଚନା
ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅନ୍ୟପଟେ ଡିଜିପିଙ୍କ ନିର୍ଦେଶ ପରେ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି କ୍ରାଇମବ୍ରାଞ୍ଚ। ଜଣେ ASPଙ୍କ ନେତୃତ୍ବରେ ଆଜି ବ୍ରହ୍ମଗିରିରେ ତଦନ୍ତ ଆରମ୍ଭ ହୋଇଛି।  କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ଚିତ୍ତରଞ୍ଜନଙ୍କ ପରିବାର।