ସଂଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନଙ୍କୁ ହତ୍ୟା ଘଟଣାରେ ୫ ଅଟକ

ଭୁବନେଶ୍ୱର, ୧୫/୧୨: ପୁରୀ ବ୍ରହ୍ମଗିରିରେ ସଂଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନଙ୍କ ହତ୍ୟା ଘଟଣାରେ ଆଜି ସଂଜୟଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ସମେତ ୫ ଜଣଙ୍କୁ ଅଟକ ରଖାଯାଇଛି। ଗତକାଲି ଅଜ୍ଞାତ ସ୍ଥାନରେ ୫ ଜଣଙ୍କୁ ଜେରା କରିଥିଲେ IG ଓ SP। ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ମଧ୍ୟ ଅଟକ ରହିଛନ୍ତି। ସେହିପରି PSO ଗୋପାଳପୁରର ସର୍ବେଶ୍ବର ଜେନା, ବାସୁଦେବପୁରର ସୂର୍ଯ୍ୟ ମିଶ୍ର ଓ ବ୍ରାହ୍ମଣିଆର ଉମାକାନ୍ତ ପାଇକରାୟ ଅଟକ ରହିଛନ୍ତି।

ଅନ୍ୟପଟେ ଡିଜିପିଙ୍କ ନିର୍ଦେଶ ପରେ ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି କ୍ରାଇମବ୍ରାଞ୍ଚ। ଜଣେ ASPଙ୍କ ନେତୃତ୍ବରେ ଆଜି ବ୍ରହ୍ମଗିରିରେ ତଦନ୍ତ ଆରମ୍ଭ କରିବ। ସୂଚନାାଯୋଗ୍ୟ ଯେ ଗତକାଲି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବି କରିଥିଲେ ଚିତ୍ତରଞ୍ଜନଙ୍କ ପରିବାର।