ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ

ପୁରୀ, ୧୭/୧୧: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି।  ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ ଧାର୍ଯ୍ୟ କରାଯାଇଛି। କରୋନା ପାଇଁ ଆମ ଖର୍ଚ୍ଚ ବଢ଼ିଯାଇଛି, ସେଥିପାଇଁ ଆୟ ବଢ଼ାଇବା ଉପରେ ଗୁରୁତ୍ବ ଦେଉଛୁ। ଶ୍ରୀମନ୍ଦିର ପାଇଁ ଅନ୍‌ଲାଇନ୍‌ ଡୋନେସନ ଆରମ୍ଭ କରାଯିବ। ଏଥିରେ ସମସ୍ତେ ଭାଗ ନେବାକୁ କଲେ ଅନୁରୋଧ କରିଛନ୍ତି। ଏନେଇ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ମନ୍ଦିର ଖୋଲିବା ନେଇ ସକାରାତ୍ମକ ଆଲୋଚନା ହୋଇଛି। ସରକାରଙ୍କ ନିଷ୍ପତ୍ତି ପରେ ମନ୍ଦିର ଖୋଲାଯିବ। ଏହାସହ ନାଗାର୍ଜୁନ ବେଶ ନେଇ ବୈଠକରେ ଆଲୋଚନା ହୋଇଛି ।