ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟରେ ଖୋଲିବ ଆଉ ୧୧ଟି ସାଇବର ଥାନା

ଭୁବନେଶ୍ୱର, ୧୪/୧୨: ରାଜ୍ୟରେ ଏବେ ଅନଲାଇନ ଅପରାଧ ବଢ଼ିବାରେ ଲାଗିଛି । ଏହାରିମଧ୍ୟରେ ରାଜ୍ୟରେ ଆଉ ୧୧ଟି ସାଇବର୍‌ ଓ ଅର୍ଥନୈତିକ ଅପରାଧିକ ଥାନା ଖୋଲିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବେ ରାଜ୍ୟରେ ମୋଟ ସାଇବର୍‌ ଥାନା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରକୁ ମିଶି ହେଲା ୧୪ଟି ଥାନା । ୧୫୪ ପୁଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ। ୧୪ ଇନ୍‌ସପେକ୍ଟର, ୨୮ ସବ୍ଇନ୍‌ସପେକ୍ଟର, ୨୮ ASI, ୨୮ କନେଷ୍ଟବଳ (ଯୋଗାଯୋଗ) ଓ ୫୬ କନେଷ୍ଟବଳ ନିଯୁକ୍ତି ପାଇବେ। ଆର୍ଥିକ ଅପରାଧ ରୋକିବାରେ ସାଇବର ଥାନା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।