ବଢୁଛି ଓମିକ୍ରନ ସଂକ୍ରମଣ, ଦିଲ୍ଲୀ ଓ ରାଜସ୍ଥାନରେ ଆଉ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୪/୧୨: ଦେଶରେ ଏବେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିିିଛି। ଏହା ଏବେ ଚିନ୍ତାଜନକ ବିଷୟ ପାଲଟିଛି। ଏହାରିମଧ୍ୟରେ ଦିଲ୍ଲୀ ଓ ରାଜସ୍ଥାନରେ ଆଉ ୪ ଜଣ ଲେଖାଏଁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ସଂକ୍ରମିତ ସଂଖ୍ୟା ୬ ଓ ରାଜସ୍ଥାନରେ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଏହାସହ ଦେଶର ମୋଟ ୮ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି । ଏଯାଏ ମହାରାଷ୍ଟ୍ରରେ ୨୦, କର୍ଣ୍ଣାଟକରେ ୩, ଗୁଜରାଟରେ ୪ ଚିହ୍ନଟ ହୋଇଥିବା ସୂଚନା ରହିଛି।