ଆତଙ୍କବାଦୀଙ୍କ ଆକ୍ରମଣରେ ୨ଜଣ ଯବାନ ସହିଦ

ନୂଆଦିଲ୍ଲୀ, ୧୩/୧୨:ଜମ୍ମୁ-କାଶ୍ମୀରର ଜେୱନ ଇଲାକାରେ  ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ରେ ୨ଜଣ ଯବାନ ସହିଦ ହୋଇଥିବାବେଳେ ୧୨ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ ଜମ୍ମୁ-କାଶ୍ମୀରର ବାଟଲିୟନ-୯ର ସଶସ୍ତ୍ର ପୋଲିସ ଯାଉଥିବା ଏକ ବସ୍ ଉପରକୁ ଅଚାନକ ଆତଙ୍କବାଦୀମାନେ ଗୁଳିମାଡ କରିଥିବା ସୂଚନା ରହିଛି । ଏହା  ପରେ ପୁରା ଇଲାକାକୁ ଘେରାଉ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ସେନା ।