ସ୍କୁଲରେ କରୋନା ବ୍ୟାପିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୩/୧୨: ରାଜ୍ୟରେ କରୋନା ସଂକ୍ରମଣ କମିବା ପରେ ସ୍କୁଲ ଖୋଲାଯାଇଥିଲା। ଏବେ କିନ୍ତୁ ସ୍କୁଲରେ କରୋନା ବ୍ୟାପିବାରେ ଲାଗିଛି। ଏହାରିମଧ୍ୟରେ ସ୍କୁଲରେ କରୋନା ବ୍ୟାପିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଏସଓପି ଅନୁସାରେ ଯେଉଁଠି ବି ପିଲାଙ୍କଠାରେ ଲକ୍ଷଣ ଆସୁଛି ସ୍କୁଲ ଆସିବାକୁ ବାରଣ କରାଯାଉଛି।

ଏହାସହ ଟେଷ୍ଟ କରାଯିବା ସହ  ଆଇସୋଲେସନ ବ୍ୟବସ୍ଥା ରହିଛି।  ଏହା ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାରେ କୌଣସି ବାଧା ସୃଷ୍ଟି କରିବନି।ଶିକ୍ଷା ପ୍ରତି ପିଲାଙ୍କର ଆଗ୍ରହ ରହିଛି ତେଣୁ କରୋନା ଭୟ ରହିବା ସତ୍ତ୍ୱେ ପିଲାଙ୍କ ଉପସ୍ଥାନ ବଢୁଛି। ସବୁ ବ୍ୟବସ୍ଥା ସହ ଶିକ୍ଷା କିପରି ଜାରି ରହିବ ସେ ନେଇ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।