ରାଜ୍ୟର ୬ଟି ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର, ୧୭/୧୧: ଓଡ଼ିଶାର ୬ଟି ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉଦ୍‌ବୋଧନ ଦେଇ କହିଛନ୍ତି ଯେ ଆଜି ମୋତେ କାର୍ଯ୍ୟାଳୟ ଲୋକାପର୍ଣ କରିବାର ସୌଭାଗ୍ୟ ମିଳିଛି। ଆଜି ଓଡ଼ିଶା ବିଜେପି ପାଇଁ ଖୁସିର ବିଷୟ, ଓଡ଼ିଶା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଭନନ୍ଦନ ବୋଲି ନଡ୍ଡା କହିଛନ୍ତି। ଆଜି ଦେଶରେ ୪୦୦ ବିଜେପି କାର୍ଯ୍ୟାଳୟ ହୋଇ ସାରିଛି। ଏହାସହ ୨୦୦ଟି ସ୍ଥାନରେ କାର୍ଯ୍ୟାଳୟ ନିର୍ମାଣ ଚାଲିବା ସହ ରେକର୍ଡ ସମୟ ଭିତରେ ଓଡ଼ିଶାରେ କାର୍ଯ୍ୟାଳୟ ନିର୍ମାଣ ହୋଇଛି ବୋଲି ସେ କହିିିଛନ୍ତି।