ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୫କୁ ବୃଦ୍ଧି

ନୂଆଦିଲ୍ଲୀ, ୧୨/୧୨: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ମଧ୍ୟ ଚିନ୍ତା ବଢ଼ାଉଛି ଓମିକ୍ରନ। ଏହାରିମଧ୍ୟରେ ଆନ୍ଧ୍ର ଓ ଚଣ୍ଡୀଗଡ଼ରେ ଜଣେ ଲେଖାଏଁ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଆୟାର୍ଲାଣ୍ଡରୁ ମୁମ୍ବାଇ ଦେଇ ଆନ୍ଧ୍ରରେ ପହଞ୍ଚିଥିଲେ ୩୪ ବର୍ଷୀୟ ଯୁବକ ଓ ଇଟାଲୀରୁ ଚଣ୍ଡୀଗଡ଼କୁ ଫେରିଥିବା ୨୦ ବର୍ଷୀୟ ଯୁବକଙ୍କୁ ଓମିକ୍ରନ ହୋଇଥିବା ସୂଚନା ମିିଳିଛି।