BSKYରେ ସାମିଲ ହେଲା ଗଞ୍ଜାମ

ଭୁବନେଶ୍ୱର, ୧୨/୧୨: ଗଞ୍ଜାମ ପୁରୁଷୋତ୍ତମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହାସହ ତାରାତାରିଣୀ ପୀଠର ବିକାଶ କାର୍ଯ୍ୟ ଲୋକାର୍ପିତ କରିବା ସହ ୫୭୦ କୋଟି ଟଙ୍କାର ୬୫୧ଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିଛନ୍ତି। ଗଞ୍ଜାମ ଜିଲ୍ଲାବାସୀଙ୍କୁ ୨୨୮୧ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେଠାରେ ସେ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ମାଆ ତାରାତାରିଣୀ ଆମ ସମସ୍ତଙ୍କ ଆଶା ଓ ବିଶ୍ବାସର ପ୍ରତୀକ। ତାରାତାରିଣୀ ପୀଠର ବିକାଶ ପ୍ରକଳ୍ପ କାମ ୨୦୨୩ ଜାନୁଆରି ସୁଦ୍ଧା ସରିବ।