୨୦ ଦିନ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ

ଭୁବନେଶ୍ୱର, ୧୦/୧୨: ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଛି। ୨୦ ଦିନ ଆଗରୁ ବିଧାନସଭା ଶୀତ ଅଧିବେଶନ ଶେଷ କରାଯାଇଛି। ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ୯ ଦିନରେ ମୋଟ ୨ ଘଣ୍ଟା ବି ଚାଲିପାରିଲାନି ଗୃହ। ଏହାସହ ଗୋଟିଏ ଦିନ ବି ଚାଲିପାରିନି ପ୍ରଶ୍ନକାଳ।

ଅନ୍ୟପଟେ ଆଜି ବିଧାନସଭାରେ ୧୯ ହଜାର ୮୩୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି। ବ୍ୟୟମଞ୍ଜୁରୀ ବିଲ୍ ପାରିତ ସମୟରେ ବିରୋଧୀ ଦଳ ହୋହଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡିଅମ ଉପରକୁ ଚଢ଼ିବାକୁ ଉଦ୍ୟମ ସହ ବାଚସ୍ପତିଙ୍କ ଉପରକୁ ଫ୍ଲା କାର୍ଡ ଫିଙ୍ଗିଥିଲେ ବିରୋଧୀ ସଦସ୍ୟ।