ନୂଆଦିଲ୍ଲୀ, ୧୦/୧୨: ଚିନ୍ତା ବଢ଼ାଇଲାଣି ଓମିକ୍ରନ୍। ଏବେ ସୁଦ୍ଧା ଦେଶରେ ମୋଟ ୨୫ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ସାମାନ୍ୟ ଲକ୍ଷଣ ରହିଥିଲା ବୋଲିି କହିଛନ୍ତି। ନଭେମ୍ବର ୨୪ରେ ୨ଟି ଦେଶରେ ଓମିକ୍ରନ୍ ଥିଲା କିନ୍ତୁ ଏବେ ୫୯ ଦେଶକୁ ବ୍ୟାପିଛି । ୫୯ ଦେଶରେ ମୋଟ ୨୯୩୬ଟି ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।