ବିଧାନସଭା ଅଧିବେଶନ ପାଇଁ ଆଜିଠୁ କରୋନା ଟେଷ୍ଟ ଆରମ୍ଭ

ଭୁବନେଶ୍ୱର, ୧୭/୧୧: ବିଧାନସଭା ଅଧିବେଶନ ପାଇଁ ଆଜିଠୁ କରୋନା ଟେଷ୍ଟ ଆରମ୍ଭ ହୋଇଛି। ପ୍ରଥମେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ  କରୋନା ପରୀକ୍ଷା କରାଯାଇଛି। ଆଜିଠାରୁ ୧୯ ତାରିଖ ଯାଏ ଏହି କରୋନା ଟେଷ୍ଟ ହେବ। ରିପୋର୍ଟ ନେଗେଟିଭ ଆସିଲେ ବିଧାନସଭାକୁ ଯିବାକୁ ଅନୁମତି ମିଳିବ ନଚେତ ଅନୁମତି ଦିଆଯିବ ନାହିଁ।