୩୭୮ ଦିନ ପରେ ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ, ୯/୧୨: ୩୭୮ ଦିନ ପରେ ଦିଲ୍ଲୀ ସୀମାରୁ ହଟିଲା ଚାଷୀ ଆନ୍ଦୋଳନ । ଆସନ୍ତା ୧୧ ତାରିଖରେ ଆନ୍ଦୋଳନରତ କୃଷକ ଘରକୁ ଫେରିବେ। ମିଳିତ କୃଷକ ମୋର୍ଚ୍ଚା ଏନେଇ ଘୋଷଣା କରିଛି । ସେହିପରି ୧୫ ଜାନୁଆରୀରେ ପୁଣି ବୈଠକ ବସିବ ବୋଲି ସୂଚନା ରହିଛି। ଉଲ୍ଲେଖ ଯୋଗ୍ୟ ଯେ ତିନି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ବସିରହିଥିଲେ ଚାଷୀ । ଶେଷରେ କେନ୍ଦ୍ର ସରକାର ଏହି କୃଷି ଆଇନକୁ ପ୍ରତ୍ୟାହୃତ କରିଥିଲେ ।