ଆଜି ଦିଲ୍ଲୀରେ ପହଂଚିବ CDS ବିପିନ ରାୱତଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ, ୯/୧୨: ଆଜି ରାଜଧାନୀ ଦିଲ୍ଲୀ ଆସିବ CDS ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯିବ ।ବିମାନବନ୍ଦର ରେ ଉପସ୍ଥିତ ରହିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦିନ ୧୧ଟାରୁ ଅପରାହ୍‌ଣ ୨ଟା ଯାଏ  ଶେଷ ଦର୍ଶନ ହେବ ଓ ଆସନ୍ତାକାଲି ଦିଲ୍ଲୀର କଣ୍ଟେନମେଣ୍ଟରେ ଅନ୍ତିମ ସଂସ୍କାର  କରାଯିବା ନେଇ ସୂଚନା ରହିଛି।

ସୂଚନାଯୋଗ୍ୟ ଯେ ଗତକାଲି ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର କ୍ରାସ୍‌ ହୋଇଥିଲା। ଏହି ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ ଘଟିଥିଲା।  ବିପିନ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା