ସେନାର MI-17V5 ହେଲିକପ୍ଟର କ୍ରାସ୍, ହେଲିକପ୍ଟରରେ ଥିଲେ CDS ବିପିନ ରାୱତ

ନୂଆଦିଲ୍ଲୀ, ୮/୧୨: ତାମିଲନାଡୁ ସ୍ଥିତ କୁନ୍ନୁରରେ ସେନାର MI-17V5 ହେଲିକପ୍ଟର କ୍ରାସ୍‌ ହୋଇଛି। ହେଲିକପ୍ଟରରେ CDS ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ଥିବା ନେଇ ସୂଚନା ରହିଛି। ଏହି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ମୋଟ୍‌ ୯ ଜଣ ଥିବା ବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ୩ ଜଣ ଗୁରୁତର ଭାବେ ଉଦ୍ଧାର ହୋଇଥିବା ସୂଚନା ରହିିଛି। ଅନ୍ୟପକ୍ଷରେ ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ବାୟୁ ସେନା।