ଓମିକ୍ରନରେ ରିସ୍କ ଜୋନରେ ଶିଶୁମାନେ

ଭୁବନେଶ୍ୱର, ୮/୧୨: ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଚିନ୍ତା ବଢାଇଛି ଓମିକ୍ରନ। ଏହାରିମଧ୍ୟରେ ଓମିକ୍ରନକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଟେକ୍ନିକାଲ ଓ କମ୍ୟୁନିଟି କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ। ଅନ୍ୟପଟେ ଶିଶୁମାନେ ରିସ୍କ ଜୋନରେ ଥିବାରୁ ପେଡିଆଟ୍ରିକ ମ୍ୟାନେଜମେଣ୍ଟ କରାଯାଇଛି। ସିଏଚସି, ପିଏଚସିରେ ଏଚଡିୟୁ ଓ ଆଇସିୟୁ ବ୍ୟବସ୍ଥା କରାଯିିବା ସହ ଏନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ୍ ଦିଆଯାଉଛି।