କିପରି କଟିବ ଆଜି ଆପଣଙ୍କ ଦିନ: ୮/୧୨/୨୦୨୧

ମେଷ: ଶତୃ ଓ ବିରୋଧୀମାନେ ଦୂରେଇଯିବେ । ମାନସିକ ଅଶାନ୍ତି ଦୂର ହେବ । ଉଧାର ଦେଇଥିବା ବା ଅଟକିଥିବା ଟଙ୍କା ମଧ୍ୟ ମିଳିଯିବ । କର୍ମୋନ୍ନତିର ସୂଚନା ପାଇବେ ଓ ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ । ନୂଆ ନିଯୁକ୍ତି ପାଇବାର ସୁଯୋଗ ଅଛି ।

ବୃଷ:ସମାଜସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ସୁସମ୍ପର୍କ ରହିବ । ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କ ସ୍ଥାପିତ ହେଲେ ଦୃଢୀଭୂତ ହେବ । କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରିବେ ।

ମିଥୁନ:ସମସ୍ତ କର୍ମ କଷ୍ଟରେ ହିଁ ସମ୍ପନ୍ନ ହେବ । ବିଦ୍ୟାର୍ଥୀମାନେ ପଢ଼ାପଢ଼ିରେ ମନଦେବେ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପ୍ରେମପ୍ରସଙ୍ଗରେ ନିଶ୍ଚିତ ରୂପରେ ସଫଳତା ମିଳିବ ।

କର୍କଟ:ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ଶତୃ ବିରୋଧୀମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ ।

ସିଂହ:ଆତ୍ମବିଶ୍ଵାସ ଓ ମନବଳ ଦୃଢ ହେବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ । କାରବାରରେ ଲାଭ ହେବ । ବନ୍ଧୁ ମିତ୍ରଙ୍କ ଆଗମନ ହେବା ଫଳରେ ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କଷ୍ଟ ହେବ ।

କନ୍ୟା:ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ଦୂରଯାତ୍ରାରେ ସଫଳତା ମିଳିବ ଓ ଉତ୍ତମ ରୋଜଗାର କରି ପାରିବେ ।

ତୁଳା:ପ୍ରତିଯୋଗୀତା, ପରୀକ୍ଷା ଓ ପ୍ରତିସ୍ପର୍ଦ୍ଧାରେ ସଫଳତା ମିଳିବ । ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ପାରିବାରିକ ସୁଖ ଶାନ୍ତି ମିଳିବ । ଉଚ୍ଚ ରାଜକୀୟ ଅଧିକାରୀଙ୍କ ସହିତ ଭେଟ ହେବ ଓ ନିଜର କାମ ସମ୍ପନ୍ନ କରିବେ ।

ବିଛା:ସମସ୍ତ ପ୍ରକାର ପରିବେଶ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ରୋଜଗାର ମିଳିବାର ଉପଯୁକ୍ତ ସୁଯୋଗ ପାଇବା ଫଳରେ ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ଚାକିରୀରେ ପଦୋନ୍ନତି ମିଳିବା ସହ ଯଶ, ମାନସମ୍ମାନ, ପ୍ରତିଷ୍ଠା ତଥା ଲୋକପ୍ରିୟତା ମଧ୍ୟ ହାସିଲ କରିପାରିବେ ।

ଧନୁ:ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ପାରିବାରିକ ସମସ୍ୟା ସୁଧୁରି ଯିବ । ଆନୁଷ୍ଠାନିକ କାମ ଓ ବନ୍ଧୁମିଳନ ହେତୁ ମନ ଖୁସୀ ରହିବ । କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ । ବ୍ୟବସାୟରେ ଜବରଦସ୍ତି ଉନ୍ନତି ସହ ଆଶାତୀତ ଲାଭ ପାଇବେ ଓ ଆୟରସ୍ରୋତ ଖୋଲିଯିବ ।

ମକର:ଆର୍ଥୀକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । କର୍ମକ୍ଷେତ୍ରରେ କରିଥିବା କାମର ଶୁଭ ସୂଚନା ପାଇବେ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବ୍ୟବସାୟିକ କାର୍ଯ୍ୟ ସହଜ ସରଳରେ ସମାଧାନ ହେବ ।

କୁମ୍ଭ: ଶୁଭ ସମାଚାର ପାଇ ମନ ଖୁସି ହେବ । ଦୂରଯାତ୍ରାକରି ଲାଭ ପାଇବେ ଓ ଅଭିଷ୍ଟ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଦୀର୍ଘଦିନର ବିବାଦୀୟ ସମସ୍ୟାରେ ସଫଳତା ମିଳିବା ସହ ସମ୍ମାନୀତ ହେବେ । ଖେଳ, ବିଦ୍ୟା କ୍ଷେତ୍ରରେ ଆଦୃତ ହେବେ । ମନୋରଂଜନ କାର୍ଯ୍ୟରେ ସମୟ କଟିବ ।

ମୀନ: ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଅନୁଭବ କରିବେ । ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ପରିବହନ ବ୍ୟବସାୟରେ ବିଶେଷ ଲାଭବାନ ହେବେ ।