DRDOରେ ତଥ୍ୟ ଲିକ ଘଟଣା, ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଜ

ଭୁବନେଶ୍ୱର, ୭/୧୨: ବାଲେଶ୍ବରର ଚାନ୍ଦିପୁର DRDOରେ ତଥ୍ୟ ଲିକ ଘଟଣାରେ ଆଜି ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିିଛି କ୍ରାଇମବ୍ରାଞ୍ଜ । ୫ ଅଭିଯୁକ୍ତଙ୍କ ବିଦେଶୀ ମହିଳା ଓ ବିଦେଶୀ ବ୍ୟାଙ୍କ ସହ ଲିଙ୍କ ଥିବା ରିପୋର୍ଟ ରେ ଦର୍ଶାଇଛି  କ୍ରାଇମବ୍ରାଞ୍ଜ। ସତ୍ୟପାଠ ଜରିଆରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ମଧ୍ୟ ସତ୍ୟପାଠ ତଲବ କରିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୩ରେ ହେବ।ଉଲ୍ଲେଖଯୋଗ୍ୟ ଯେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମାମଲା ଦାୟର ହୋଇଥିଲା।