ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୭/୧୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ୬ଷ୍ଠ ବାଟାଲିୟନ ଓଏସଏପି ସିପାହୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଓଏସଏପି ସିପାହୀ ସହଦେବ ପରିଡ଼ାଙ୍କ ସରକାରୀ ବାସଭବନ ସମେତ ୪ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ରେଡ଼ ହୋଇଛି। ସେଠାରୁ ନଗଦ ୨,୯୪,୬୦୦ ଟଙ୍କା ସହ ୪ଟି ଦୁଇ ଚକିଆ ଯାନ ଓ ୧୭ଟି ବ୍ୟାଙ୍କ ପାସବୁକ ଜବତ ହୋଇଛି ।