ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଭୁବନେଶ୍ୱର, ୫/୧୨: ଜୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ରେଡ଼ ପକାଇଛି। ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ହୋଇଛି।
ଝଙ୍କରପାଲିରେ ଥିବା କାର୍ଯ୍ୟାଳୟ, କୁଚିଣ୍ଡା NACରେ ଥିବା କୋଠା, ସୁବର୍ଣ୍ଣପାଲିରେ ଥିବା ପୈତୃକ ଘରେ ଚଢ଼ାଉ ଜାରି ରହିଛି।