ରାଜସ୍ଥାନରେ ୯ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୫/୧୨: ଦେଶରେ ଏବେ କରୋନା ସଂକ୍ରମଣ ଟିକେ କମିବା ପରେ ଏବେ ଚିନ୍ତା ବଢ଼ାଇଛି ଓମିକ୍ରନ ଭୂତାଣୁ। ଏହାରି ମଧ୍ୟରେ ରାଜସ୍ଥାନରେ ୯ ଜଣ ଲୋକଙ୍କଠାରେ ଓମିକ୍ରନ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଜିନମ ସିକ୍ବେନ୍ସିଂ ରିପୋର୍ଟରେ  ଓମିକ୍ରନ ସଂକ୍ରମଣର ସଂକେତ ମିଳିିିଛି । ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ।

ସେହିପରି ମହାରାଷ୍ଟ୍ରରେ ଆଉ ୭ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପିମ୍ପରୀ ଛିନ୍ଦୱାଡ଼ରେ ୬ ଜଣ ଓ ପୁଣେରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ଆଜି ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୩ ନାଇଜେରିଆ ଓ ଜଣେ ଫିନ୍‌ଲାଣ୍ଡରୁ ଫେରିଛନ୍ତି ।