ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ, ୫/୧୨:ମହାମାରୀ କରୋନାରେ ପ୍ରାୟ ଦୁଇ ବର୍ଷ ପାଖାପାଖି ବିଶ୍ୱବାସୀ ଘାଣ୍ଟିଚକଟି ହେଲେଣି। ଏବେ ଦେଶରେ ଟିକେ ସଂକ୍ରମଣ ହାର କମିବା ପରେ ନୂଆ ଭାରିଆଣ୍ଟ ଓମିକ୍ରନ ସମସ୍ତଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ଏବେ ଚାରିଆଡେ ବ୍ୟାପୁଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିଶ୍ୱବାସୀଙ୍କ ନିଦ ହଜେଇ ଦେଇଛି । ଏହାରିମଧ୍ୟରେ ଦିଲ୍ଲୀରେ ପ୍ରଥମ ଓମିକ୍ରନ ରୋଗୀ ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତ ତାଞ୍ଜାନିଆରୁ ଫେରିଥିଲେ ।
ଦିଲ୍ଲୀର LNJP ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୫କୁ ବୃଦ୍ଧି ପାଇଛି।