ଜୱାଦ ପ୍ରଭାବରେ ବର୍ଷା ଜାରି: ୧୦ ଜିଲ୍ଲାକୁ ଅରେଞ୍ଜ ଓ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୫/୧୨: ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ  ବର୍ଷା ଜାରି ରହିଛି।ଓଡ଼ିଶାରେ ‘ଜୱାଦ’ର ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏ ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୧୦ ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର। ସେହିିିପରି ରାଜ୍ୟର ୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୩ ଜିଲ୍ଲା ତଥା ନୟାଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ଆଗାମୀ ୨୪ ଘଣ୍ଟା ଯାଏ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଗୋପାଳପୁରରେ ଏଯାଏ ସର୍ବାଧିକ ୬୦ ମିଲି , ପାରାଦୀପରେ ୪୬ ମିଲିମିଟର, ପୁରୀରେ ୨୧ ମିଲିମିଟର, ଚାନ୍ଦବାଲିରେ ୨୮, ବାଲେଶ୍ବର ୨୪, ଭୁବନେଶ୍ବରରେ ୨୪.୩ ମିଲିମିଟର ବର୍ଷା ହୋଇଛି।