ଓଡ଼ିଶାରେ ଲ୍ୟାଣ୍ଡଫଲ କରି ନପାରେ ଜୱାଦ: SRC

ଭୁବନେଶ୍ବର, ୪/୧୨: ବାତ୍ୟା ଜୱାଦର ସ୍ଥିତି ଓ ଗତିପଥ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଓଡ଼ିଶାରେ ଲ୍ୟାଣ୍ଡଫଲ କରି ନପାରେ ଜୱାଦ ବୋଲି ସେ କହିଛନ୍ତି  । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିତ୍ର ଆଧାରରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ବଙ୍ଗୋପସାଗରରେ ଗତ ୬ ଘଣ୍ଟା ଧରି ୯ କିମି ବେଗରେ ମାଡି ଆସୁଛି ଜୱାଦ । କାଲି ସକାଳ ସୁଦ୍ଧା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଜୱାଦ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ପୁରୀର ନିକଟବର୍ତ୍ତୀ ହେବ ବୋଲି ସୂଚନା ରହିଛି।