ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ମୋ ସରକାର ସଫଳ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪/୧୨: ଭୁବନେଶ୍ବରରେ ଦୁଇ ଦିନିଆ ସୁଶାସନ ଅନୁକରଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିଭାଷଣ ଦେଇ କହିଛନ୍ତି ଯେ ସରକାରରେ ଲୋକଙ୍କୁ ସୁଶାସନ ଦେବା ଓଡ଼ିଶା ଆପଣାଇଛି । ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ‘ମୋ ସରକାର’ ସଫଳ ହୋଇଛି। ମୋ ସରକାର କାର୍ଯ୍ୟକ୍ରମରେ ଲୋକଙ୍କ ମତ ନିଆଯାଉଛି।ଅନ୍‌ଲାଇନ୍‌ରେ ସରକାରୀ ସେବା ସାଙ୍ଗକୁ ଅଭିଯୋଗର ଶୁଣାଣି ମଧ୍ୟ ହେଉଛି । ଲୋକଙ୍କ ସ୍ବାର୍ଥ ଏବଂ ସେବାକୁ ଦଅଷ୍ଟିରେ ରଖି ମୋ ସରକାର କାର୍ଯ୍ୟକ୍ରମ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।