କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ?

ଭୁବନେଶ୍ୱର, ୪/୧୨: ରାଜ୍ୟରେ ଏବେ କଁ ରୋନା ସଂକ୍ରମିତଙ୍କ ସଂଖ୍ୟା କମିଥିବା ବେଳେ ଏବେ ରାଜ୍ୟବାସୀଙ୍କ  ନିଦ ହଯାଇସାରିଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ। ଏହାରିମଧ୍ୟରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଓମିକ୍ରନର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଓମିକ୍ରନ ବିରୋଧରେ ଟିକା କାମ କରୁଛି ଓ ଭୟଭୀତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି। ବିଦେଶାଗତଙ୍କ ଉପରେ ରାଜ୍ୟ ସରକାର କଡ଼ା ନଜର ରଖିବା ସହ ହୋମ ଆଇସୋଲେସନକୁ ଗୁରୁତ୍ବ ଦିଆଯାଇଛି।