ସମ୍ବଲପୁରରେ କୋଭିଡ୍ ହସ୍ପିଟାଲ ବନ୍ଦ ପାଇଁ ପ୍ରଶାସନର ନିଷ୍ପତ୍ତି

ଭୁବନେଶ୍ୱର, ୧୬/୧୧: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାରି ମଧ୍ୟରେ ସମ୍ବଲପୁରରେ କୋଭିଡ୍ ହସ୍ପିଟାଲ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେଠାରେ ଆସନ୍ତା ୨୦ ତାରିଖରୁ କୋଭିଡ୍ ହସ୍ପିଟାଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ସଂକ୍ରମଣ ହ୍ରାସ ପାଉଥିବାରୁ ହସ୍ପିଟାଲ ବନ୍ଦ ପାଇଁ ପ୍ରଶାସନ ପକ୍ଷ ରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।