ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଜୱାଦ

ଭୁବନେଶ୍ୱର, ୪/୧୨: ସମୁଦ୍ର ଭିତରେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ବାତ୍ୟା। ପୁରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଜୱାଦ’। ପୁରୀ ଏବଂ ଗୋପାଳପୁର ବନ୍ଦର ପାଇଁ ୭ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ପବନର ବେଗ ୭୫ରୁ ୮୦ କିମି ରହିବ । ବାତ୍ୟା ‘ଜୱାଦ’ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହିପରି ସୂଚନା ଦେଇଛନ୍ତି। ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ସର୍ବାଧିକ ବର୍ଷା ହେବ। ପାରାଦୀପରେ ୬୨ ମିଲିମିଟର, ଗୋପାଳପୁରରେ ୪୩ ମିଲିମିଟର ଓ ପୁରୀରେ ଏଯାଏ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।