ବଡ଼ ଖବର: ଭାରତରେ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, ୨/୧୨: ମହାମାରୀ କରୋନାରେ ପ୍ରାୟ ଦୁଇ ବର୍ଷ ପାଖାପାଖି ବିଶ୍ୱବାସୀ ଘାଣ୍ଟିଚକଟି ହେଲେଣି। ଏବେ ଦେଶରେ ଟିକେ ସଂକ୍ରମଣ ହାର କମିବା ପରେ ନୂଆ ଭାରିଆଣ୍ଟ ଓମିକ୍ରନ ସମସ୍ତଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ଏବେ ଚାରିଆଡେ ବ୍ୟାପୁଥିବା କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍ ବିଶ୍ୱବାସୀଙ୍କ ନିଦ ହଜେଇ ଦେଇଛି । ଏହାରିମଧ୍ୟରେ ଭାରତରେ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।କର୍ଣ୍ଣାଟକରେ ୨ ଜଣ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ୨ ସଂକ୍ରମିତ ପୁରୁଷଙ୍କ ବୟସ ୬୬ ଓ ୪୬ ବର୍ଷ। ବିଶ୍ବର ୨୯ଟି ଦେଶରେ ଏଯାଏ ୩୭୩ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି।