ବିରୋଧୀଙ୍କ ହଟଗୋଳ ମଧ୍ୟରେ ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପିତ

ଭୁବନେଶ୍ୱର, ୧/୧୨: ବିଧାନସଭାର ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ବେଳେ ମମିତା ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ବିଧାୟକ ହଟ୍ଟଗୋଳ କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ। ଏନେଇ ଆସନ୍ତାକାଲି ଯାଏ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି। ହଟଗୋଳ ମଧ୍ୟରେ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି।ପଞ୍ଚାୟତିରାଜ ବିଭାଗ ପାଇଁ  ସର୍ବାଧିକ ୩୬୨୪ କୋଟିର ବ୍ୟୟ ବରାଦ ହୋଇଥିବା ବେଳେ ଶକ୍ତି ବିଭାଗକୁ ୨୧୪୩ କୋଟି, ସ୍କୁଲ ଓ ଗଣଶିକ୍ଷାକୁ ୧୬୦୫ କୋଟି, କୃଷି ପାଇଁ ୧୭୬, ସ୍ବାସ୍ଥ୍ୟ-୨୩୧୦ କୋଟି, ଅର୍ଥ ବିଭାଗକୁ ୨୫୧୯ କୋଟି, ଖାଦ୍ୟ ଯୋଗାଣ-୧୧୪୧ କୋଟି, ବିପର୍ଯ୍ୟୟ ପରିଚାଳନା ପାଇଁ ୧୬୮୪ କୋଟି, ସମବାୟ ବିଭାଗ-୫୫୩, ଗ୍ରାମ୍ୟ ଉନ୍ନୟନ ପାଇଁ ୫୭୭ କୋଟିର ବ୍ୟୟ ବରାଦ ହୋଇଛି।