ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା IIC

ଭୁବନେଶ୍ୱର, ୧/୧୨: ଆଜି ଭିଜିଲାନ୍ସ ଜାଲରେ ପଡିଛନ୍ତି ବଙ୍ଗୋମୁଣ୍ଡା IIC ବିନୋଦ ବିହାରୀ ନାୟକ। IICଙ୍କ ଘରୁ ୩ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ଗତକାଲି ୨ଲକ୍ଷ ୬ ହଜାର ୨୨୦ ଟଙ୍କା ସହ ଭିଜିଲାନ୍ସ ଧରିଥିଲା । ଏପର୍ଯ୍ୟନ୍ତ ମୋଟ୍‌ ୫ ଲକ୍ଷ ୮୬ ହଜାର ଜବତ କରାଯାଇଛି। ଆସନ୍ତାକାଲି ବରଗଡ଼ ଟୋଲଗେଟ ପାଖରେ ପିଛା କରି  ଭିଜିଲାନ୍ସ ଧରିଥିବା ନେଇ ସୂଚନା ରହିଛି।