ଆସିଲା ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡ୍‌ଲାଇନ, ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା

ଭୁବନେଶ୍ୱର, ୩୦/୧୧: ରାଜ୍ୟରେ ଏବେ କଁ ରୋନା ସଂକ୍ରମଣ କମିଛି। ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡ୍‌ଲାଇନ ଜାରି ହୋଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନକୁ ଅନୁମତି ନାହିଁ। ଡିସେମ୍ବର ୩୧ ଏବଂ ଜାନୁଆରି ୧ରେ ରାଜ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ ଏବଂ ପାର୍କରେ ନୂଆ ବର୍ଷ ଉତ୍ସବ ପାଳନ ଉପରେ କଟକଣା ଲାଗୁ ହୋଇଛି। ଘରେ ରହି ନୂଆ ବର୍ଷ ପାଳନ କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ବର୍ଷ ପାଳନ ଉପରେ କଟକଣା ଲାଗୁ ହୋଇଛି। ନୂଆ ବର୍ଷ ଅବସରରେ ପିକ୍‌ନିକ ମନା ଓ ପୂର୍ବ ମାସ ଭଳି ସହରାଞ୍ଚଳରେ ଜାରି ରହିବ ନାଇଟ କର୍ଫ୍ୟୁ।